ଭଲ ଖବର: ନିଜ ଉଦ୍ୟମରେ ଜଳଛତ୍ର ଖୋଲି ମନୁଷ୍ୟ ଓ ପଶୁପକ୍ଷୀଙ୍କୁ ପାଣି ଦିଅନ୍ତି ଦିନ ମଜୁରିଆ

Advertisment
ଭଲ ଖବର: ନିଜ ଉଦ୍ୟମରେ ଜଳଛତ୍ର ଖୋଲି ମନୁଷ୍ୟ ଓ ପଶୁପକ୍ଷୀଙ୍କୁ ପାଣି ଦିଅନ୍ତି ଦିନ ମଜୁରିଆ

ମାଲକାନଗିରି: ସାରା ରାଜ୍ୟରେ ଏବେ ଗ୍ରୀଷ୍ଣର ପ୍ରଖର ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ମାଲକାନଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡି ନାହିଁ। ଜିଲ୍ଲାରେ ପାରା ୪୩ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଯାଉଛି। ତେବେ ଗରମରେ କେବଳ ଲୋକେ ହିଁ ହଇରାଣ ହେଉନାହାନ୍ତି ବରଂ ପଶୁ ପକ୍ଷୀ ମଧ୍ୟ ତ୍ରାହି ଡାକ ଛାଡିଲେଣି। ଗରମକୁ ନଜରରେ ରଖି ସ୍ଥାନୀୟ ଜଣେ ଦିନ ମଜୁରିଆ ରବି ଭରତିଆ ସହରର ବିଭିନ୍ନ ସ୍ଥାନରେ ନିଜ ଉଦ୍ୟମରେ ଜଳଛତ୍ର ଖୋଲିଛନ୍ତି। ନିଜର ସ୍ବଳ୍ପ ରୋଜଗାରରେ ସେ ଯାହା ପାଆନ୍ତି ତାହା ନିଜ ପାଇଁ ଖର୍ଚ୍ଚ କରିବା ସହ ସମାଜ କାମରେ ଲଗାନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ମଣିଷ ଏବଂ ପଶୁପକ୍ଷୀଙ୍କ ପାଇଁ ଜଳଛତ୍ର ଖୋଲିବା।

ନିଜ ଖର୍ଚ୍ଚରେ ମାଟି ହାଣ୍ଡି କିଣି ସହରର ଡିଏନକେ ସମେତ ଟ୍ରାଫିକ ଛକ, ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ବରଗଛ ଠାରେ ଭଳି ବହୁ ସ୍ଥାନରେ ରଖିବା ସହ ପ୍ରତିଦିନ ସେହି ମାଟି ହାଣ୍ଡିରେ ପାଣି ପକାନ୍ତି। ମାଟି ହାଣ୍ଡିଗୁଡିକକୁ ପ୍ରତିଦିନ ସଫା କରିବା ସହ ସେଥିରେ ସ୍ବଚ୍ଛ ପାଣି ଭରନ୍ତି। ପୁଣି ମାଟି ହାଣ୍ଡିର ପାଣି ଯେପରି ଥଣ୍ଡା ରହିବ ସେଥିପାଇଁ ହାଣ୍ଡି ତଳେ ବାଲି ଦେଇ ସେଥିରେ ପାଣି ଢାଳନ୍ତି। ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଏହି ମାଟି ହାଣ୍ଡିରୁ ପାଣି କାଢି ପିଅନ୍ତି। ଯଦି କେହି ଏହି ଜଳଛତ୍ରକୁ ଦେଖିବ ତେବେ ନିଶ୍ଚିତ ଭାବେ ପୌର ପରିଷଦ ତରଫରୁ ହୁଏତ ଏହା ଖୋଲାଯାଇଥାଇପାରେ ବୋଲି ଭାବିବ। କିନ୍ତୁ ପୌର ପରିଷଦ ତରଫରୁ ସେଭଳି ଆଖିଦୃର୍ଶିଆ ଜଳଛତ୍ର ଖୋଲାଯାଇ ନାହିଁ। କେବଳ ଲୋକଙ୍କ ପାଇଁ ହିଁ ନୁହେଁ ବରଂ ସେ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଜଳଛତ୍ର ଖୋଲି ପ୍ରତିଦିନ ସେଥିରେ ପାଣି ଭରନ୍ତି।

ତେବେ ବୀରଙ୍କୁ ଏନେଇ ପଚାରିବାରୁ ସେ ଜିଲ୍ଲାରେ ପ୍ରବଳ ଗରମ ହେଉଥିବାରୁ ପ୍ରଶାସନ ଏଦିଗରେ ଚିନ୍ତା ନକରିବାରୁ ମୁଁ ବାଧ୍ୟ ହୋଇ ଲୋକଙ୍କ ପାଇଁ ଏବଂ ପଶୁପକ୍ଷୀଙ୍କ ପାଇଁ ଏହି ବ୍ୟବସ୍ଥା କରିଛି ବୋଲି କହିଥିଲେ। ଜିଲ୍ଲାର ବିଭିନ୍ନ ଅଂଚଳରୁ ସହରକୁ ଆସୁଥିବା ଲୋକେ ପାଣି ପାଇଁ ବହୁତ ଅସୁବିଧା ହେଉଥିବା ଦେଖିଛି। ତେଣୁ ନିଜ ଖର୍ଚ୍ଚରେ ଏହା ମୁଁ କଲି।ରବୀଙ୍କ ଏହି ମାନବିକତା ଅନ୍ୟକୁ ନିଶ୍ଚିତ ପ୍ରେରଣା ଦେବ ବୋଲି କୁହାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe