ଡାକ୍ତରଙ୍କ ନାଁରେ ଅପପ୍ରଚାର, ବନ୍ଧା ହେଲେ ଯୁବକ

Advertisment
ଡାକ୍ତରଙ୍କ ନାଁରେ ଅପପ୍ରଚାର, ବନ୍ଧା ହେଲେ ଯୁବକ

ରାଉରକେଲା: ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏଚ୍.ଏ. ଖାନ୍‌ଙ୍କ ନାଁରେ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଜଣେ ଯୁବକକୁ ମହଙ୍ଗା ପଡିଛି। ଉଦିତନଗର ପୁଲିସ ବାସନ୍ତି କଲୋନିର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଡାକ୍ତର ଖାନ୍‌ଙ୍କର ମିଛ ମୃତ୍ୟୁ ଖବରକୁ ନେଇ ଗତ କିଛି ତିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ସହରରେ ବେଶ୍ ଚର୍ଚ୍ଚା ହୋଇଥିଲା। ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଆଜି ବାସନ୍ତୀ କଲୋନିରୁ ଯୁବକ ଜଣକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe