ଫିରିଙ୍ଗିଆ : ମାଓ ସମ୍ପୃକ୍ତି ଅଭିଯୋଗରେ ଯୁବକ ଗିରଫ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଫିରିଙ୍ଗିଆ : ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକର ନାମ କୈଳାସ କହଁର ଓରଫ ସାଗର। ଗତ ୨୦୨୦ ଜାନୁଆରି ୧୭ ତାରିଖରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଆଙ୍ଗାସୁଗା ଗ୍ରାମରେ ଘଟିଥିବା ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ କୈଳାସର ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ କୈଳାସ, ସୀତାକା କହଁର, ସନାତନ କହଁରର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଅନ୍ୟମାନଙ୍କୁ ପୂର୍ବରୁ ଗିରଫ କରା ଯାଇଥିବା ବେଳେ କୈଳାସ ଫେରାର ଥିଲା। ପୁଲିସ ବେଡ଼ାକେତା ଗ୍ରାମରେ ଚଢ଼ଉ କରି କୈଳାସକୁ ଗିରଫ କରିଛି। କୈଳାସ ମାଓ ପୋଷ୍ଟର ଓ ବ୍ୟାନର ମାରିବା ସହ ଅନ୍ୟାନ୍ୟ କାର୍ଯ୍ୟ‌ରେ ମାଓବାଦୀଙ୍କୁ ସହଯୋଗ କରୁଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe