ପ୍ରେମିକାକୁ ପ୍ରତାରଣା ଦେଇ ଯୁବକ ଗିରଫ

Advertisment

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମୁରଲୀ ବାରିକ (୨୮)।

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମୁରଲୀ ବାରିକ (୨୮)।

ffc3d94e-4c32-4bf1-b3f5-e96e905edeeb

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମୁରଲୀ ବାରିକ (୨୮)।

କିଛି ବର୍ଷ ପୂର୍ବେ ନାଲକୋ ଅଞ୍ଚଳର ଯୁବତୀ ଓ ମୁରଲୀ ଭୁବନେଶ୍ୱର ଅଞ୍ଚଳରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ଉଭୟ ମୁରଲୀ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛି ମାସ ମଧ୍ୟରେ ଚାକିରିରେ ବଦଳି ହୋଇ ମୁରଲୀ ବେଙ୍ଗାଲୁରୁ ଯାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥିଲା ଏବଂ ବିବାଦ ଉଠିଥିଲା। ପରେ ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଯୁବତୀ ଜଣକ ପ୍ରେମିକଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ମୁରଲୀଙ୍କୁ ଦେଖା କରିପାରି ନଥିଲେ। ଶେଷରେ ବାଧ୍ୟ ହୋଇ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏତଲା ଗ୍ରହଣ କରି ନଥିଲା। 

ଯୁବତୀ କୌଣସି ଉପାୟ ନ ପାଇ ନିଜ ଘରକୁ ଫେରିଥିଲେ। ନାଲକୋନଗର ଥାନାରେ ୨୦୨୪ ମସିହା ଅକ୍ଟୋବର ମାସରେ ମୁରଲୀ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନାଲକୋ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଆଜି ପ୍ରେମିକ ମୁରଲୀକୁ ବେଙ୍ଗାଲୁରୁର ଭତୁର ଥାନା ଅନ୍ତର୍ଗତ ଏକ ଆପାଟମେଣ୍ଟରୁ କାବୁ କରିଥିଲା।

ଯୁବତୀଙ୍କୁ ପ୍ରେମ ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେବା ଅଭିଯୋଗରେ ଆଜି ନାଲକୋ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରେମିକ ମୁରଲୀଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ଗାଦିଆ ଥାନା ଅଞ୍ଚଳର ବୋଲି ତଦନ୍ତକାରୀ ଅଧିକାରୀ ଗଙ୍ଗାଧର ବେହେରା ପ୍ରକାଶ କରିଛନ୍ତି।

 angul 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe