ଅଶ୍ଳୀଳ ଫଟୋ ଭାଇରାଲ୍, ଧମକଚମକ ମାମଲାରେ ଯୁବକ ଗିରଫ

Advertisment
ଅଶ୍ଳୀଳ ଫଟୋ ଭାଇରାଲ୍, ଧମକଚମକ ମାମଲାରେ ଯୁବକ ଗିରଫ

ବେଗୁନିଆପଡ଼ା: କୋଦଳା ଥାନା ଇଲାକାର ଜଣେ ବିବାହିତାଙ୍କ ସହ ପ୍ରେମ ସଂପର୍କ ରଖିବା ଓ ତାଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିବା ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛି, ଢେଙ୍କାନାଳ ଜିଲ୍ଲାର ରତିକାନ୍ତ ଓରଫ୍ ଚନ୍ଦୁ ବିହାରୀ। ଚନ୍ଦୁ ଉକ୍ତ ମହିଳାଙ୍କୁ ଫେସ୍‌ବୁକ୍‌ରେ ବନ୍ଧୁତା ପାଇଁ ନିବେଦନ କରିଥିଲା। ପରେ ମହିଳାଜଣକ ଏହାକୁ ଗ୍ରହଣ କରିବା ପରେ ଚନ୍ଦୁ ତାଙ୍କ ନିଜର ମୋବାଇଲ୍ ନମ୍ବର ଦେଇଥିଲା।

ଫୋନ୍‌ରେ କିଛି ଦିନ ‌କଥା ହେବା ପରେ ଉଭୟ ପରସ୍ପରକୁ ପ୍ରେମ କରି ବସିଥିଲେ। ଆଉ ଚନ୍ଦୁ ଭିଡ଼ିଓ କଲ୍‌ କରି ଉକ୍ତ ମହିଳାଙ୍କ ବିଭିନ୍ନ ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲା। ପରେ ତା’ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା। ନଚେତ୍ ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଥିଲା। ମହିଳାଜଣକ କୋଦଳା ଥାନାରେ ଏନେଇ ଏତଲା ଦେବା ପରେ କେସ୍ ନମ୍ବର ୧୪୦ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆଜି ଚନ୍ଦୁକୁ ଢେଙ୍କାନାଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe