ବ୍ରଜରାଜନଗର : ବ୍ରଜରାଜନଗରର ଜଣେ କବି ନିଜର କବିତା ସଂକଳନ ପ୍ରକାଶ ପାଇଁ ୨୦୨୦ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସୋହେଲାର ହିମାଂଶୁ ପ୍ରଧାନ (୪୦)ଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ତେବେ ହିମାଂଶୁ ତାଙ୍କୁ ବହି ଦେଇ ନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ। ବାରମ୍ବାର ଯୋଗାଯୋଗ କରି ନିରାଶ ହେବା ପରେ କବି ଜଣକ ଶେଷରେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବ୍ରଜରାଜନଗର ଥାନା ଆଇଆଇସି ନଳିତା ମୋଦି ସୂଚନା ଦେଇଛନ୍ତି।
ବହି ଛାପିବାକୁ କହି ୫୦ ହଜାର ହଡ଼ପ, ଯୁବକ ଗିରଫ
Advertisment
Follow Us