ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ସ୍ଥାନୀୟ ଲୋକ ବିରୋଧ କରି ହେଲେ ଲହୁଲୁହାଣ

Advertisment
ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ସ୍ଥାନୀୟ ଲୋକ ବିରୋଧ କରି ହେଲେ ଲହୁଲୁହାଣ

Photo: Justdail

ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବୁଦ୍ଧ ଜୟନ୍ତୀ ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଦିବ୍ୟ ରଞ୍ଜନ ବେହେରାଙ୍କୁ ଅଚାନକ କିଛି ଯୁବକ ହଠାତ୍ ଆସି ଅତର୍କିତ ଆକ୍ରମଣ କରିଥିଲେ। ଏହି ସମୟରେ ଉପସ୍ଥିତ ଲୋକେ ଏକାଠି ହୋଇ ବିରୋଧ କରିବାରୁ କିଛି ଲୋକଙ୍କୁ ବି ଆକ୍ରମଣର ଶିକାର ହେବାକୁ ପଡ଼ିଛି ।
ଘଟଣା ସ୍ଥଳରେ ପିସିଆର ପହଞ୍ଚି ଥିଲା ଆଉ ପିସିଆର ଭ୍ୟାନକୁ ଦେଖି ଅଭିଯୁକ୍ତ ମାନେ ପାର୍କ ଭିତରକୁ ପଳାଇଯାଇଥିଲେ । ଏହା ପରେ ବୁଦ୍ଧ ପାର୍କ ଭିତରେ ବୁଲି ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରିଥିଲା ପୁଲିସ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କ କହିବା ଅନୁଯାୟୀ କିଛି ଅସାମାଜିକ ଯୁବକ ସେହି ଅଞ୍ଚଳରେ ଗୁଣ୍ଡାଗର୍ଦି କରିବା ସହ ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଛନ୍ତି। ତେଣୁ ଏହି ଅସାମାଜିକ ଯୁବକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚନ୍ଦ୍ରଶେଖର ଥାନା ଅଧିକାରୀଙ୍କୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe