ନନ୍ଦନକାନନରେ ଅଘଟଣ: ସଫାରୀ ଭ୍ରମଣ ବେଳେ ଯୁବକଙ୍କୁ ରକ୍ତାକ୍ତ କଲା ଭାଲୁ

Advertisment
ନନ୍ଦନକାନନରେ ଅଘଟଣ: ସଫାରୀ ଭ୍ରମଣ ବେଳେ ଯୁବକଙ୍କୁ ରକ୍ତାକ୍ତ କଲା ଭାଲୁ

ବାରଙ୍ଗ: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଭାଲୁ ସଫାରୀରେ ଆଜି ଅଘଟଣ ଘଟିଛି। ସଫାରୀ ଭ୍ରମଣ ବେଳେ ଜଣେ ଯୁବକଙ୍କ ହାତକୁ ଭାଲୁ କାମୁଡ଼ି ଦେଇଛି। ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ଯୁବକ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗାଁର ଟୁଲୁ ବେହେରା (୩୫)। ତାକୁ ରାଜଧାନୀର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଭାଲୁ ସଫାରୀରେ ସନ୍ଧ୍ୟା ୫ଟାରେ ଶେଷ ସଫାରୀ ବସ ପରିଭ୍ରମଣ କରିଥିଲା। ଏହି ସଫାରୀରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ଭ୍ରମଣ ସମୟରେ ଟୁଲୁ ବେହେରା ନିଜ ହାତ ବାହାରକ ବଢ଼ାଇ ଦେଇଥିଲେ। ତେବେ ସୁଯୋଗ ନେଇ ଏକ ଭାଲୁ ଟୁଲୁଙ୍କ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏଭଳି ଘଟଣା ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନନବାଚୀ ସୃଷ୍ଟିି କରିଛି।

ଅନ୍ୟପଟରେ ଏହି ଘଟଣା ନେଇ ନନ୍ଦନକାନନ ଡେପୁଟି ଡାଇରେକ୍ଟର ସଂଜୀବ କୁମାର କହିଛନ୍ତି, ଯେଉଁ ଯୁବକ ଜଣକ ଭାଲୁ କାମୁଡାରେ ରକ୍ତାକ୍ତ ହୋଇଛନ୍ତି, ସେ ଥିଲେ ଜଣେ ଅଣସ୍ୱୀକୃତିପ୍ରାପ୍ତ ଗାଇଡ଼। ସୂଚନାଯୋଗ୍ୟ, ନନ୍ଦନକାନନର ଭାଲୁ ସଫାରୀରେ ପର୍ଯ୍ୟଟକ ଭାଲୁ ଦ୍ୱାରା ଆକ୍ରମଣର ଶିକାର ହେବା ନୂଆ ଘଟଣା ନୁହେଁ। ୨ ବର୍ଷ ପୂର୍ବରୁ ମଧ୍ୟ ଭାଲୁ ସଫାରୀରେ ଜଣେ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe