୧୧୦ ଟଙ୍କା ବାକି ପାଇଁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
୧୧୦ ଟଙ୍କା ବାକି ପାଇଁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବେତନଟୀ ସଦର: ମାତ୍ର ୧୧୦ଟଙ୍କା ବାକିକୁ ନେଇ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବଡଚୁରୁଣୀ ଗ୍ରାମରେ ଘଟିଛି ତୁମୁଳ କାଣ୍ଡ। ଯୁବକକୁ ତେଲେଙ୍ଗା କଟୁରୀରେ ହାଣିଲେ ଦୋକାନୀ।

ସୂଚନା ଅନୁଯାଇ ଗତ ବୁଧବାର ମଧ୍ୟାହ୍ନରେ ବଡଛୁରୁଣୀ ଗ୍ରାମର ପ୍ରଶାନ୍ତ ଦାସଙ୍କର ପୁଅ ଆକାଶ ନିଜ କାମ ସାରି ଘରକୁ ଫେରୁଥିବା ସମୟରେ ଗ୍ରାମ ଛକରେ ଥିବା ହେମନ୍ତ ଦାସଙ୍କ ଦୋକାନରେ ଥଣ୍ଡା ପିଇବାକୁ ଅଟକି ଯାଇ ଥିଲେ। ହେଲେ ହେମନ୍ତ ଥଣ୍ଡା ନାହିଁ ବୋଲି କହିବାରୁ ଆକାଶ କେବଳ ଗୋଟିଏ ୫ଟଙ୍କିଆ ବିସ୍କୁଟ ଖାଇ ବାକି ଖାତାରେ ଲେଖିଦେବାକୁ କହିଥିଲା। ପୂର୍ବରୁ ଉକ୍ତ ଦୋକାନରେ ଆକାଶ ନାମରେ ୧୦୫ ଟଙ୍କା ବାକିଥିବାବେଳେ ୫ଟଙ୍କା ମିଶି ମୋଟ ବାକି ୧୧୦ଟଙ୍କା ହୋଇଯାଇଥିଲା। ପରେ ସନ୍ଧ୍ୟାରେ ଆକାଶ ସେହି ରାସ୍ତାରେ କ୍ରିକେଟ ଖେଳି ଘରକୁ ଫେରୁଥିବାବେଳେ ବାକି ଟଙ୍କା ପାଇଁ ହେମନ୍ତ ତାଙ୍କୁ ଅଟକାଇ ଥିଲା ଓ ୨ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା, ଯାହା ପରେ ମାରପିଟର ରୂପ ନେଇଥିଲା। ଏତିକିବେଳେ ହେମନ୍ତର ପୁଅ ମୁକେଶ ଆସି ଘଟଣାସ୍ଥଳରେ ଏକ ତେଲେଙ୍ଗା କଟୁରୀ ଧରି ପହଞ୍ଚିଥିଲା ଓ ଆକାଶକୁ ପଛପଟୁ ଆକ୍ରମଣ କରିଥିଲା।

ଆକାଶ ଘଟଣାସ୍ଥଳରେ ରକ୍ତାକ୍ତ ହୋଇ ପଡ଼ିଥିବାବେଳେ ପ୍ରଶାନ୍ତ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାକୁ ନେଇଯାଇଥିଲେ ଓ ପରେ ଅବସ୍ଥା ଗୁରୁତର ହେବାରୁ ଆକାଶକୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ଏନେଇ ଆକାଶର ବାପା ପ୍ରଶାନ୍ତ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe