ଘରକୁ ଫେରୁଥିଲେ ଯୁବକ, ହାତୀ ଆକ୍ରମଣରେ ହାତ ଭାଙ୍ଗିଲା

Advertisment
ଘରକୁ ଫେରୁଥିଲେ ଯୁବକ, ହାତୀ ଆକ୍ରମଣରେ ହାତ ଭାଙ୍ଗିଲା

ଓଡ଼ାପଡ଼ା: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ହାତ ଭାଙ୍ଗିଛି। ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଏହି ଅଭାଭନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଗତ ୧୬ ତାରିଖ ରାତିରେ ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମର ଯୁଗଳ କିଶୋର ନାୟକ (୪୦) ନିଜ ଗ୍ରାମକୁ ଯାଉଥିବାବେଳେ ଗ୍ରାମ ଏକ ବଣୁଆ ହାତୀ ହାବୁଡରେ ପଡିଥିଲେ। ହାତୀଟି ଆକ୍ରମଣ କରିବାରୁ ଯୁଗଳଙ୍କ ବାମ ହାତ ଓ ମେରୁଦଣ୍ଡ ହାଡ଼ ଭାଙ୍ଗି ଗୁରୁତର ଆହତ ହୋଇଛନ୍ତି। ଯୁଗଳଙ୍କୁ ଏବେ ଭୂବନେଶ୍ବରସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଯୁଗଳ ଗ୍ରାମକୁ ଯିବା ଫେରିବା ପୂର୍ବରୁ ହାତୀଙ୍କ ଅବସ୍ଥିତ ସମ୍ପର୍କରେ ବନ କର୍ମଚାରୀଙ୍କୁ ପଚାରିବାରୁ ସେ ମହାଶୟ ହାତୀ ନଥିବା କହିଥିଲେ। ବନ ବିଭାଗ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ଯୁବକ ହାତୀ ଆକ୍ରମଣରେ ଶିକାର ହେବାକୁ ପଡ଼ିଥିଲା । ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe