ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Advertisment
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ରାମଚନ୍ଦ୍ରପୁର: ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କ ସାନଭାଇଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡା ପଞ୍ଚାୟତର ସରପଞ୍ଚ ଶଶୀକାନ୍ତ ଜେନାଙ୍କ ଭାଇଙ୍କୁ ରାଜନୈତିକ ଶତ୍ରୁତା ରଖି କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଧୀରେନ ଜେନା ଅଳତୀ ବ୍ଯାଙ୍କରୁ କାମସାରି ଘରକୁ ଫେରୁଥିବା ସମୟରେ ଅଳତୀ-ଭଣ୍ଡାରିପଡା ରାସ୍ତାର ବ୍ରୟଲର ଫାର୍ମ ହାଉସ ନିକଟରେ ପୂର୍ବରୁ ସଜାଗ ହୋଇ ରହିଥିବା କେତେକ ଯୁବକ ଧିରେନଙ୍କୁ କାରରେ ଧକ୍କା ଦେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ, ସେ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡି ରହିଥିଲେ। ଏ ନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe