ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

Advertisment
ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

ଲକ୍ଷ୍ମୀପୁର: ଗତ ହୋଲି ଦିନର ଗଣ୍ଡଗୋଳ ଓ ଶତ୍ରୁତା ନିଲାବାଡି ଘଣ୍ଟଯାତ୍ରାରେ ପ୍ରତିଶୋଧର ରୂପ ନେଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବିଲାବାଡି ଗାଁରେ। ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ନିଲାବାଡି ଗାଁରେ ବର୍ତ୍ତମାନ ଅଗ୍ନିଗାଙ୍ଗାମା ଘଟଯାତ୍ରା ଜାରି ରହିଛି। ଗତକାଲି କିଛି ଯୁବକ ଯାତ୍ରା ଦେଖିବା ସକାଶେ ଲକ୍ଷ୍ମୀପୁର ଯାଇଥିଲେ। ଗତକାଲି ରାତ୍ରରେ ପୂର୍ବ ଶତ୍ରୁତାକୁ ନେଇ ଶୁଭମ୍ ନାମକ ଯୁବକୁ ଖଣ୍ଡାରେ ହାଣି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି।

ହୋଲି ଦିନର ଶତ୍ରୁତା ନିଲାବାଡି ଯାତ୍ରାରେ ପ୍ରତିଶୋଧ ନେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଗୁରୁତର ଶୁଭମ୍‌କୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜକୁ ସ୍ତାନାନ୍ତରିତ କରାଯାଇଛି। ଶୁଭମ୍‌ଙ୍କ ବେକରେ ୩୫ଟି ଷ୍ଟିଚ୍ ପଡିଥିବା ବେଳେ ଜଂଘରେ ମଧ୍ୟ ଛୁରିରେ ଆକ୍ରମଣ କରାଯାଇଛି।
ଶୁଭମ୍‌ଙ୍କ ଘର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ହୋଇଥିବା ବେଳେ ହୋଲି ଦିନ ଲକ୍ଷ୍ମୀପୁରର କିଛି ଯୁବକଙ୍କ ସହ ନାରାୟଣପାଟଣାର କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ପ୍ରକୃତରେ ଶୁଭମ୍ କୌଣସି ଗଣ୍ଡଗୋଳରେ ସାମିଲ୍ ନଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ତାଙ୍କୁ ଗଣ୍ଡଗୋଳରେ ସାମିଲ୍ ଥିବା କହି ଆକ୍ରମଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe