ପାରାଦୀପରେ ୨ ଯୁବତୀଙ୍କୁ ଅପହରଣ ଉଦ୍ୟମ: ଛେଚା ଖାଇଲା ନିଶାସକ୍ତ ଯୁବକ

Advertisment
ପାରାଦୀପରେ ୨ ଯୁବତୀଙ୍କୁ ଅପହରଣ ଉଦ୍ୟମ: ଛେଚା ଖାଇଲା ନିଶାସକ୍ତ ଯୁବକ

ଜଗତସିଂହପୁର: ପାରାଦୀପ ନୂଆବଜାର ନିକଟସ୍ଥ ହରିବୋଲିଆ ମଠ ଛକ ଠାରେ ସୋମବାର ଦିନ ଅପରାହ୍ନରେ ଦୁଇଜଣ ଯୁବତୀ ଷ୍ଟାଡିଅମରୁ ଷଣ୍ଢକୁଦସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଜଣେ ନିଶାସକ୍ତ ଯୁବକ ପିଛା କରିଥିଲା। ସେଠାରେ ଦୁଇ ଝିଅଙ୍କୁ ଅଟକାଇ ଲିଫ୍ଟ ଦେବା ପାଇଁ ବାଧ୍ୟ କରିଥିଲା। ତେବେ ଏଥିରେ ରାଜି ନହେବାରୁ ଉକ୍ତ ଯୁବକ ସେମାନଙ୍କୁ ଜୋରଜବରଦସ୍ତ ନେବା ପାଇଁ ଟଣା ଓଟରା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ସମୟରେ ଝିଅ ଦୁଇଜଣ ପାଟି କରିବାରୁ ପଡୋଶୀମାନେ ଆସି ଥିଲେ। ସେମାନେ ଝିଅ ଦୁଇଜଣଙ୍କୁ ଉଦ୍ଧାର କରିବା ସହ ନିର୍ଧୁମ ପିଟିଥିଲେ।

ଖବର ପାଇ ପାରାଦୀପ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ରୋମିଓ ଯୁବକକୁ ଆଣି ଥାନାରେ ଅଟକ ରଖିଛନ୍ତି। ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ କଲାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ପାରାଦୀପରେ ମହିଳାମାନଙ୍କ ସୁରକ୍ଷା ପାଇଁ ପାରାଦୀପରେ ଉତ୍ପାତ ଚଳାଇଥିବା ଏହି ଅସାମାଜିକ ରୋଡ଼ ରୋମିଓମାନଙ୍କ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe