ପୋଲ ତଳୁ ଯୁବକଙ୍କ ଶବ ଉଦ୍ଧାର; ବସ୍‌ଷ୍ଟାଣ୍ଡରେ ମାରପିଟ୍‌ ପରେ ନିଖୋଜ ଥିଲେ

Advertisment
ପୋଲ ତଳୁ ଯୁବକଙ୍କ ଶବ ଉଦ୍ଧାର; ବସ୍‌ଷ୍ଟାଣ୍ଡରେ ମାରପିଟ୍‌ ପରେ ନିଖୋଜ ଥିଲେ

ସୁନ୍ଦରଗଡ଼ : ୩ ଦିନ ହେଲା ସୁବଲୟା ଜମଲଢିପାର ଗୋପୀ ରାଉତ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ସଦର ଥାନାରେ ଅଭିଯୋଗ କରିବା ସହ ତାଙ୍କୁ ଖୋଜି ଆଣିଦେବାକୁ ଗୁହାରି କରିଥିଲେ। ତେବେ ସୁନ୍ଦରଗଡ଼ ନୂଆ ବସଟର୍ମିନାଲ ସମ୍ମୁଖ ରାସ୍ତାରେ ରବିବାର ଦିନ ୧୧ଟାରେ  ଘଟିଥିବା ଏକ ମାରପିଟ୍ ଘଟଣାରେ ଗୋପୀ ସମ୍ପୃକ୍ତ ‌ଥିବା ଓ ଏହା ପର ଠାରୁ ସେ  ନିଖୋଜ ହୋଇଯାଇଥିବାରୁ ତା' ସହ କୌଣସି ଅଘଟଣ ଘଟିଥିବା, ଏପରିକି ତାକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା।

publive-image

ଆଜି ନିଖୋଜ ଯୁବକ ଗୋପୀଙ୍କ ମୃତଦେହ ଟାଉନ ଥାନା ରାଣୀବଗିଚା ବିଜୁ ଏକ୍ସ‌ପ୍ରେସ ୱେ ନିକଟରେ ଥିବା ଏକ ପୋଲ ତଳୁ ଉଦ୍ଧାର ହୋଇଛି। ଯାହା ଲୋକଙ୍କ ପୂର୍ବ ସନ୍ଦେହକୁ ଅଧିକ ଘନୀଭୂତ କରିଛି। ବସଷ୍ଟାଣ୍ଡ ମାଡ଼ପିଟ ଘଟଣା ସହ ଯୁବକଙ୍କ ମୃତ୍ୟୁର ସମ୍ପର୍କ ରହିଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ଟାଉନ ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe