ନିଆଁରେ ପୋଡି ଯୁବକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

Advertisment
ଚଳନ୍ତା ଟ୍ରେନ୍‌ରେ ବର୍ବର କାଣ୍ଡ; ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ, ଶିଶୁ ସମେତ ୩ ମୃତ

NewsBytes

ଦେବଗଡ଼ : ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କନିକାଚିଉଁର ଗ୍ରାମରେ ନିଆଁରେ ପୋଡି ହୋଇ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ସୁନାମୁଣ୍ଡା ଗ୍ରାମର ଖଗେଶ୍ୱର ନାୟକଙ୍କ ପୁଅ ଜୟରାମ (୪୦) ପ୍ରାୟ ୧୦ରୁ ୧୫ ବର୍ଷ ପୂର୍ବେ କଂସର ଫାଣ୍ଡି ଅନ୍ତର୍ଗତ କନିକାଚିଉଁର ଗ୍ରାମର ସୁବାସିନୀ ପ୍ରଧା‌ନଙ୍କୁ ବୈଦିକ ରୀତିରେ ବିବାହ କରିବା ସହ ସେଠାରେ ଘରଜ୍ୱାଇଁ ଭାବେ ରହୁଥିଲେ। ସେ ଘରେ ବହାରରେ ଶୋଇଥିବା ବେଳେ ଖଟ ସହିତ ପୋଡି ଯାଇଥିବା ସକାଳେ ତାଙ୍କ ପରିବାର ଲୋକ ଦେଖିଥିଲେ। ସେ ଶୋଇଥିବା ସମୟରେ ନିଆଁ କିପରି ଲାଗିଲା ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe