ଲକ୍ଷାଧିକ ଋଣ ଟଙ୍କା ଫେରସ୍ତ ନପାଇ ଯୁବକଙ୍କ ଆତ୍ମହତ୍ୟା

Advertisment
ଲକ୍ଷାଧିକ ଋଣ ଟଙ୍କା ଫେରସ୍ତ ନପାଇ ଯୁବକଙ୍କ ଆତ୍ମହତ୍ୟା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଥାନା ଅଧିନସ୍ଥ ସୋରଣ ମାନସିଂହପୁରର ଜଣେ ଯୁବକ ଦେଇଥିବା ଲକ୍ଷାଧିକ ଧାର ଟଙ୍କା ଫେରସ୍ତ ନପାଇ ଆତ୍ମହତ୍ୟା କରିଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହ ଘଟଣା ପରେ ଟାଂଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ବାଳ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛିା

ଘଟଣାରୁ ପ୍ରକାଶ ସୋରଣ ମାନସିଂହପୁର ର ବୁଲୁ ବେହେରା ନାମକ ଜଣେ ଯୁବକ ନିଜ କଷ୍ଟ ଉପାର୍ଜିତ ଦୁଇ ଲକ୍ଷ ଟଙ୍କା ଏହି ଥାନା ଅଧିନସ୍ଥ ତରାପି ଗ୍ରାମର ଚାରିଜଣ ବ୍ୟକ୍ତିିଙ୍କୁ ଧାର ଦେଇଥିଲେ। ତେବେ ଦେଇଥିବା ଟଙ୍କାକୁ ବୁଲୁ ବାରମ୍ବାର ମାଗି ନିରାଶ ହୋଇ ମର୍ମାହତ ହୋଇ ପଡିଥିଲେ। ଏପରିକି ଟଙ୍କା ଧାର ନେଇଥିବା ବ୍ୟକ୍ତିିମାନଙ୍କ ଦ୍ବାରକୁ ଦୌଡି ଦୌଡି ମାନସିକ ଚାପରେ ରହି ଭିଡିଓ ଭାଇରାଲ କରି ଆତ୍ମହତ୍ୟା କରିଥିବା କୁହାଯାଇଛି। ଟାଂଗୀ ପୁଲିସ ଥାନା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe