ତହସିଲ କାର୍ଯ୍ୟାଳୟକୁ ଏକାଧିକ ଥର ଦୌଡ଼ି ଯୁବକ ନୟାନ୍ତ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

Advertisment
ତହସିଲ କାର୍ଯ୍ୟାଳୟକୁ ଏକାଧିକ ଥର ଦୌଡ଼ି ଯୁବକ ନୟାନ୍ତ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ଜିଲ୍ଲାର ବାସୁଦେବପୁର ତହସିଲ ପରିସରରେ ଜଣେ ଯୁବକ ଆଜି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ଶିବାଜୀ (୨୩) ଗତ ୩ ମାସ ତଳେ ପୈତୃକ ସମ୍ପତ୍ତି ଭାଗ ବଣ୍ଟା କରିବାକୁ ନେଇ ତହସିଲ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲେ। ତହସିଲ କାର୍ଯ୍ୟାଳୟକୁ ବହୁବାର ଦୌଡ଼ିବା ସହିତ ଖର୍ଚ୍ଚାନ୍ତ ହୋଇଥିଲେ। ମାତ୍ର ତହସିଲଦାର ଅମିନ ବାହାନା ଦେଖାଇ ଦିନ ଗଡାଇ ଚାଲିଥିଲେ। ହତାଶ ହୋଇ ବିଷପାନ କରିବାକୁ ଉଦ୍ୟମ କରିଥିଲେ। ହଠାତ୍‌ ଉପସ୍ଥିତ ଲୋକେ ଉଦ୍ଧାର କରି ଶିବାଜୀଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ ସରଭଣା ବିବେକ୍‌ ଏମ୍‌ ସୋମବାର ମିଳିତ ଭାବେ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ଜଣେ ଦିବ୍ୟାଙ୍ଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଦିବ୍ୟାଙ୍ଗ ଜଣକ ହେଲେ ବାଳକୃଷ୍ଣ ଦୋରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe