The New Indian Express
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ବୁଢ଼ାଖମଣ ପଞ୍ଚାୟତ ସୋମଗିରି ଡାକ୍ତରଖାନା କ୍ୱାର୍ଟର୍ସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଈଶ୍ୱର ବେହେରାଙ୍କ ପୁଅ ଦୀପକ (୨୩) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୂଚନାଯୋଗ୍ୟ, ଦୀପକଙ୍କ ନିର୍ବନ୍ଧ ଆସନ୍ତା ୧୯ ତାରିଖ ଏବଂ ବାହାଘର ଫେବ୍ରୁଆରି ୬ ତାରିଖରେ ସ୍ଥିର ହୋଇଥିଲା। ଦୀପକଙ୍କ ବାପାମା’ ନିର୍ବନ୍ଧ ପାଇଁ ଜିନିଷପତ୍ର କିଣିବାକୁ ଜଂଘିରା ବଜାର ଯାଇଥିଲେ। ସେଠାରୁ ଫେରିବା ପରେ ଘରେ ପୁଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପଣ୍ଡାପଡ଼ା ଥାନା ଅଧିକାରୀ ପଦ୍ମାବତୀ କବାଟ, ଏଏସ୍ଆଇ ଏସ୍ବି ବିଶ୍ଵାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଡାକ୍ତରଖାନା ପଠାଇଛନ୍ତି। ଏନେଇ ଥାନାରେ କେସ୍ ନମ୍ବର ୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Follow Us