Image Courtesy of NDTV
ଗାନ୍ଧିଛକ: ପ୍ରଥମେ ପ୍ରେମ ତା’ ପରେ ପ୍ରତାରଣା। ଆଉ ପ୍ରତାରଣା ସହି ନପାରି ପ୍ରେମିକ ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ଆଙ୍କ ଗ୍ରାମରେ। ଦୀର୍ଘ ୪ ବର୍ଷ ଧରି ଆଙ୍କ ଗ୍ରାମର ଭଗବାନ ବେହେରାଙ୍କ ପୁଅ ଜୟନ୍ତ ବେହେରା (୨୫) ଓ ପାଖ ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ଏହାରି ମଧ୍ୟରେ ସମ୍ପୃକ୍ତ ଯୁବତୀ ଜଣକ ଅନ୍ୟଜଣେ ଯୁବକଙ୍କୁ ବିବାହ କରିଥିଲେ।
ଫଳରେ ଜୟନ୍ତ ମାନସିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ଆଉ ସେ ଗତକାଲି ମଧ୍ୟାହ୍ନରେ ଘାସମରା ଔଷଧ ଖାଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଏହା ଜଣିବା ପରେ ତାଙ୍କୁ ପ୍ରଥମେ ରୁପସା ଓ ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଭେଣ୍ଡିଆ ପୁଅର ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Follow Us