photo by : syrian-mirror.net
ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ରାଣୀମୁଣ୍ଡା ପଞ୍ଚାୟତ କୋଟାମାଳର କମଳ ମାଝୀ (୨୫) ନାମକ ଜଣେ ଯୁବକ ପ୍ରେମ ସମ୍ପର୍କକୁ ନେଇ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି। ସୂଚନା ଥାଉକି କମଳ ସେହି ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ନେଇ ଗତ ୧୪ ତାରିଖ ପଳାଇ ଯାଇଥିଲେ। ଏନେଇ ଖଡ଼ିଆଳ ଥାନାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ।
ମାର୍ଚ୍ଚ ୧୬ ତାରିଖ ଖଡ଼ିଆଳ ଥାନାରେ ଏହାର ସମାଧାନ କରାଯାଇଥିଲା। ମାତ୍ର ସେଦିନ ରାତିରେ କମଳ ଲୋକଲଜ୍ଜା ସହି ନପାରି ଆତ୍ମହତ୍ୟା କରୁଥିବା ନେଇ ଏକ ପତ୍ର ଲେଖି ଗାଁର ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ସକାଳେ ପରିବାର ଲୋକେ ଦେଖି ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଏଥିସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
Follow Us