ଗାଡ଼ି ଋଣ ଶୁଝି ନପାରିବାରୁ ଯୁବକଙ୍କ ଆତ୍ମହତ୍ୟା, ଦେହରେ ପଥର ବାନ୍ଧି‌ କୂଅକୁ ଡେଇଁଲେ

ବାପାର କାଠଫାଳ ମାଡ଼ରେ ପୁଅର ମୃତ୍ୟୁ

Catch News

ଶରଣକୁଳ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ନିକଟସ୍ଥ କଇଁଫୁଲିଆ ଗ୍ରାମର ଜଣେ ଯୁବକ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି, କଇଁଫୁଲିଆ ଗ୍ରାମର ମାଟିଆ ଦାଶଙ୍କ ପୁଅ କୈଳାସ ଚନ୍ଦ୍ର ଦାଶ ବୋଲି ଜଣାପଡ଼ିଛି।

ପ୍ରକାଶଯେ, କୈଳାସ ନିଜ ପରିବାରର ଭରଣପୋଷଣ ପାଇଁ ଋଣ କରି ବଲେରୋ ଗାଡ଼ି ଖଣ୍ଡିଏ କରିଥିଲେ। ସେହି ଗାଡ଼ିରୁ ଯାହା କିଛି ଭଡ଼ା ହୁଏ, ସେଥିରେ ସେ ଗାଡ଼ିର କିସ୍ତି ପରିଶୋଧ କରିବା ସହିତ ପରିବାର ଚଳାଉଥିଲେ। ଦୁଇବର୍ଷ ହେବ ମହାମାରୀ କରୋନା ଯୋଗୁ ବେପାର ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିବାରୁ ସେ ଗାଡ଼ି କିସ୍ତି ଠିକ୍‌ ସମୟରେ ପଇଠ କରିନପାରିବାରୁ ବ୍ୟାଙ୍କ କର୍ମଚାରୀମାନେ ଘରକୁ ଆସୁଥିଲେ। ଯେଉଁଥିପାଇଁ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଆଜି କୈଳାସ ନିଜ ଦେହରେ ପଥର ବାନ୍ଧି ପାଖରେ ଥିବା ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କିଛି ଲୋକଙ୍କଠୁ ଖବର ପାଇ ଶରଣକୁଳ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୈଳାସଙ୍କ ଶବକୁ ଉଦ୍ଧାର କରିଥିଲେ।

ଏନେଇ ଶରଣକୁଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ସବ୍‌ଇନ୍ସପେକ୍ଟର ବିରଞ୍ଚି ନାରାୟଣ ଅମାତ ଜଣାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କର ଏକ ୪ ବର୍ଷର ଝିଅ ଥିବାବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe