Representational image legitpost
ଢେଙ୍କାନାଳ: ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ଉତ୍ତର ମଧୁବନ ଅଞ୍ଚଳରେ ଆଜି ରୋଷେଇ ବେଳେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମଧୁବନ ଅଞ୍ଚଳର ଶମ୍ଭୁପ୍ରସାଦ ରଥ(୫୬) ବୁଧବାର ସନ୍ଧ୍ୟାରେ ଘର ବନ୍ଦ କରି ରୋଷେଇ ଘରେ ଗ୍ୟାସ୍ରେ ରୋଷେଇ କରୁଥିଲେ। ହଠାତ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ଟାଙ୍କି ଫାଟିଯାଇଥିଲା। ଶବ୍ଦ ଶୁଣି ସାହିବାସିନ୍ଦାମାନେ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨ଟି ଗ୍ୟାସ୍ ସିଲିଣ୍ଡର୍ ଫାଟିଯାଇଥିବା ବେଳେ ଶ୍ରୀ ରଥ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ। ପୁଲିସ ସଂପୃକ୍ତ ଅଞ୍ଚଳକୁ ବାହାରୁ ସିଲ୍ କରି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି। ଘଟଣାସ୍ଥଳରେ ଏସ୍ଡିପିଓ ବିଭୂତି ମହାପାତ୍ର, ଟାଉନ୍ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ସମେତ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରକାଶଥାଉକି, ଶ୍ରୀ ରଥ ଅବିବାହିତ ରହିଥିବା ବେଳେ ଗାଡ଼ି ଇନ୍ସ୍ୟୁରାନ୍ସ ଆଦି କାର୍ଯ୍ୟ କରୁଥିଲେ। ସେ ଘରେ ଆଜି ଏକୁଟିଆ ରୋଷେଇ କରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
Follow Us