ଜମିରେ ପାଣି ମଡ଼େଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Advertisment
ଜମିରେ ପାଣି ମଡ଼େଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବୁରୁଜା ଗ୍ରାମରେ ଜଣେ ଡ୍ରାଇଭର ନିଜ ଜମିରେ ପାଣି ମଡ଼େଇବାକୁ ଯାଇ ପୋଖରୀରେ ବୁଡ଼ି ଯାଇଛନ୍ତି। ମୃତ ବ୍ୟକ୍ତି ହେଲେ ରାମକୃଷ୍ଣ ମାଝୀ (୩୦।

ସୂଚନା ଅନୁସାରେ ରାମକୃଷ୍ଣ ରବିବାର ଦିନ ସକାଳ ୬ ଟାରେ ନିଜ ପୁତୁରା ସହ ଘର ଠାରୁ ୧କିଲୋମିଟର ଦୂରରେ ଥିବା ନିଜ ଜମିରେ ପାଣି ମଡ଼େଇବା ପାଇଁ ବାହାରିଥିଲେ। ତେବେ କିଛି ସମୟ ପରେ କଡ଼କି ଆଣିବା ପାଇଁ ପୁତୁରା ଘରକୁ ଆସିଥିଲେ। କଡ଼କି ଧରି ଦିନ ପ୍ରାୟ ୧ ଘଣ୍ଟା ପରେ ପୁତୁରା ଚାଷ ଜମିକୁ ଫେରିଥିଲେ। କିନ୍ତୁ ସେଠାରେ ସେ ଦାଦାଙ୍କୁ ପାଇ ନଥିଲେ। ରାମକୃଷ୍ଣ ଜମି ନିକଟରେ ଥିବା ପୋଖରୀରେ ବୁଡ଼ି ଯାଇଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଏବାବଦରେ ଅବଗତ ହେଲା ପରେ ଉମରକୋଟ ଥାନାକୁ ଖବର ଦେଇଥିଲେ।। ଖବର ପାଇ ଏଏସଆଇ ଶରତ ଚନ୍ଦ୍ର କୁଟ୍ରକା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କର।ଯାଇଥିଲା।  ଅପରାହ୍ନରେ ବୁରୁଜା ଗ୍ରାମରେ ଶୋକାକୁଳ ପରିବେଶରେ ରାମକୃଷ୍ଣଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେଇଥିଲା।

ରାମ କୃଷ୍ଣଙ୍କର ୩ ଓ ୪ ମାସର ପୁଅ ଅଛନ୍ତି। ଦୀର୍ଘ ୧୦ ବର୍ଷ ହେଲା ଜେସିବି ଆଉ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ମେଳାପି ଓ ପୋରପକ।ରି ବ୍ୟକ୍ତି ଥିଲେ। ରାମକୃଷ୍ଣ ହେଉଛନ୍ତି ବୁରୁଜ।ର ପୂର୍ବତନ ସରପଂଚ ବିର ସିଂ ମାଝିଙ୍କ ସମ୍ପର୍କୀୟ ଭାଇ। ତାଙ୍କ ସାନ ଭାଇ ରାମ କୁମାର ମାଝୀ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe