ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ଜଣେ ଆହତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଦେବଗଡ଼: ପୌରାଚଂଳର ପଲଟନଗୁଡା ନିକଟରେ ଟ୍ରକରୁ ଜିନିଷ ପତ୍ର ଓହ୍ଲାଉଥିବାବେଳେ ରବିବାର ଜଣେ ଯୁବକର ମୃତ୍ୟୁ ଘଟିଛି। ଏହାସହିତ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଦେବଗଡ ଥାନାଚଂଳର ମିରିଗିଡିଆ ସାହି ଟୁନା ପୂର୍ତ୍ତୀ(୨୯)।  ଆହତ ବୃଦ୍ଧ ଜଣକ ହେଲେ ସେହି ସାହିର ଉଦୟ ହେନେଜ(୬୦)।

ମିଳିଥିବା ସୂଚନା ଅନୁଯାୟୀ, ଟୁନା ଓ ଉଦୟ ପଲଟନଗୁଡା ନିକଟରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଘରେ ଟ୍ରକରୁ ପ୍ଲାଇବୋର୍ଡ ଓହ୍ଲାଇଲେ ବେଳେ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ପ୍ରଥମେ ଉଦୟ ଆସିବା ଆହତ ହୋଇଥିଲେ ତାଙ୍କୁ ବଂଚାଇବାକୁ ଯାଇ ଟୁନା ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଟୁନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଦୟଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ଦେବଗଡ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe