ଡିଏମୟୁ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଜାରିଟାଣ୍ଡି ରେଳ ଧାରଣାରେ ଜନୈକ ବ୍ୟକ୍ତି ପାସେଞ୍ଜର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଆଜି ଗମ୍ଭା ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ଉପଲକ୍ଷେ ଗ୍ରାମାଞ୍ଚଳ ଗୁଡିକ ଉତ୍ସବ ମୁଖର ଥିବାବେଳେ ରେଳ ଧାରଣାରେ କଟି ଜନୈକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ପରି ଦୁଃଖଦ ଘଟଣା ଘଟି ଯାଇଛି। ମୃତ ବ୍ୟକ୍ତି ଜଣକ ତିରିଂ ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ କଣ ଗ୍ରାମର ଧରଣୀଧର ବେହେରା ପୁଅ ସୁବୋଧ ବେହେରା (୪୭) ବୋଲି ଜଣାପଡିଛି। ସେ ଗ୍ରାମାଞ୍ଚଳ ହାଟ ବଜାରରେ ବଳଦ ବିକ୍ରି କାରବାର କରୁଥିଲେ। ସେ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳ ଥିବାବେଳେ ତାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣେ +୨ ଦ୍ବିତୀୟ ବର୍ଷରେ ଓ ସାନ ପୁଅ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ପରିବାରରେ ମଧ୍ୟ କୌଣସି କଳହ କନ୍ଦଳ ନଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଟାଟା- ବାଦାମପାହାଡ ଡାଉନ ଟ୍ରେନରେ କଟି ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି। ଏହି ଅଞ୍ଚଳ ବାଲେଶ୍ବର ରେଲଓ୍ବେ ଥାନା ପୁଲିସ୍ ବିଭାଗ ମଧ୍ୟରେ ଆସୁଥିବା ତଥା ବହଳଦାରୋଡ ଷ୍ଟେଷନ କିମ୍ବା ରାଇରଙ୍ଗପୁର ମଧ୍ୟରେ କୌଣସି ଜିଆରପି ପୁଲିସ୍ ମୁତୟନ ନଥିବାରୁ ମୃତଦେହ ରେଳଧାରଣାରୁ ଉଠି ପରିନାହିଁ। ଏହି ରେଳପଥରେ ବାରମ୍ବାର ଏପରି ଘଟଣା ଘଟୁଥିବାବେଳେ ମୃତାହତ  ଘଟଣାର ତଦନ୍ତରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ରେଳପଥରେ ଜିଆରପି ପୁଲିସ୍ ମୁତୟନ କିମ୍ବା ରେଲଓ୍ବେ ଫାଣ୍ଡି କାର୍ଯ୍ୟକାରୀ କରାଯିବା ନେଇ ସାଧାରଣରେ ଦାବି ହେଉଛି। ଖବର ଲେଖା ହେବା ପ୍ରଯନ୍ତ ମୃତଦେହ ରେଳ ଧାରଣାରୁ ଉଠି ନଥିବା ଜଣା ପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe