କାମ କରୁଥିବା ବେଳେ ଟଳି ପଡ଼ିଲେ ଶ୍ରମିକ, ଡାକ୍ତରଖାନାରେ ମୃତ ଘୋଷଣା

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଭୁବନେଶ୍ବର: କାମ କରୁଥିବା ବେଳେ ଟଳି ପଡିଲେ ଶ୍ରମିକ। ବରଗଡ଼ ବଜାରରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ୩୨ ବର୍ଷିୟ ସୁବଳ ବେହେରା । ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଅଂଶୁଘାତ ଯୋଗୁଁ ସୁବଳଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୁବଳ ବଜାରରେ ବିଭିନ୍ନ ଦୋକାନରେ ଶ୍ରମିକ ଭାବେ କାମ ପରିବାର ପ୍ରତିପୋଷଣ କରନ୍ତି। ଆଜି ମଧ୍ୟ କାମ କରିବାକୁ ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe