ବିଦ୍ୟୁତ୍ ସଂସ୍ପର୍ଶରେ ଆଜି ଯୁବକ ମୃତ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ଗୋଷାଣୀ: ସ୍ଥାନୀୟ ବ୍ଲକ୍ ଅଧୀନ ଜଙ୍ଗଲପାଡୁରେ ଆଜି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସନ୍ତୋଷ ସାମଲ(୩୪) ବୋଲି ଜଣାପଡ଼ିଛି। ସନ୍ତୋଷ ସକାଳ ସାଢ଼େ ୮ଟା ବେଳେ ନିଜ ଘର ବାରିପଟେ ଥିବା ବିଲକୁ ଯିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ର ପାତ୍ର, ଏସ୍ଆଇ ବଳରାମ ବେହେରା ଏବଂ ପୁଲିସ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଗୁରାଣ୍ଡି ଥାନାରେ କେସ୍ ନମ୍ବର ୯ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସନ୍ତୋଷ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ଓ ପୁଅ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe