ବୋଲେରୋ ଧକ୍କାରେ ଯୁବକ ମୃତ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବ୍ରାହ୍ମଣୀପାଲି ନିକଟରେ ଏକ ବୋଲେରୋ ଧକ୍କାରେ ଅଇଁଲାଝରଣ ଗାଁର ସୁରେନ୍ଦ୍ର ବିଶ୍ୱାଳ (୩୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ପ୍ରାୟ ୧୨ଘଣ୍ଟା ସମୟରେ ସୁରେନ୍ଦ୍ର ଏକ ବାଇକ୍ ଯୋଗେ  ଅଇଁଲାଛାଟକୁ ଆସୁଥିଲେ। ଏହି ସମୟରେ ଅଇଁଲାଛଟ ପଟୁ ସୁଲିଆ ପଟକୁ ଯାଉଥିବା ଉକ୍ତ ବଲେରୋ ତାଙ୍କ ବାଇକ୍‌କୁ ଧକ୍କା ଦେଇ ଫେରାର ହୋଇଥିଲା। ଫଳରେ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ  ଯୋଗେ ଉଲୁଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe