ପାନ ଆଣିବା କାଳ ହେଲା: ଜାତୀୟ ରାଜପଥରେ ଧକ୍କା ଦେଲା ଟ୍ରକ୍‌, ଯୁବକ ମୃତ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ବାହାନଗା: ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଡାଇଭର୍ସନ ନିକଟରେ ପାନ ଆଣିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭଦ୍ରକ କିସ୍ମତ କୃଷ୍ଣପୁର ଗ୍ରାମର ସୁରେନ୍ଦ୍ର ପରିଡାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୪୭)।

ସୂଚନା ମୁତାବକ କିଛିଦିନ ଧରି ଖନ୍ତାପଡ଼ାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ସନ୍ଧ୍ୟା ୫ଟା ସମୟରେ ଡାଇଭର୍ସନ ନିକଟରେ ରାସ୍ତା ପାର ହୋଇ ପାନ ଆଣିବାକୁ ଯାଉଥିଲେ। ଏହି ସମୟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ଟ୍ରକ ଧକ୍କାରେ ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ। ଖବରପାଇ ଜାତୀୟ ରାଜପଥ ଆମ୍ବୁଲାନ୍‌ସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାବେଳକୁ ପ୍ରାଣବାୟୁ ଉଡିଯାଇଥିବାର ଜଣାପଡିଥିଲା। ଖବର ଲେଖା ହେବା ବେଳକୁ ଦୁର୍ଘଟଣା ଘଟାଇଥିବା ଟ୍ରକର ପତ୍ତା ମିଳିପାରିନାହିଁ।

ପୂର୍ବରୁ ମଧ୍ୟ ଘଟିଥିଲା ଦୁର୍ଘଟଣା

ଦେଢ଼ ବର୍ଷ ତଳେ କସବା ଜୟପୁର ଅଂଚଳର ଜଣେ ଯୁବକ ସଂପର୍କୀୟ ମହିଳାଙ୍କୁ ବାଇକ୍‌ରେ ବସାଇ ଖନ୍ତାପଡ଼ା ବଜାରକୁ ଆସୁଥିଲେ। ତେବେ ଗ୍ରାମ୍ୟ ରାସ୍ତାରୁ ଜାତୀୟ ରାଜପଥକୁ ଉଠିବା ସମୟରେ ଅନୁରୂପ ଭାବେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ସେଦିନ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe