ଯୁବକଙ୍କୁ ଚାପି ଦେଲା ହାଇଓ୍ବା; ଶରୀର ହୋଇଗଲା ଦୁଇଖଣ୍ଡ

ଯୁବକଙ୍କୁ ଚାପି ଦେଲା ହାଇଓ୍ବା; ଶରୀର ହୋଇଗଲା ଦୁଇଖଣ୍ଡ

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳିକାଟୁ ଥାନା ଅଧୀନ ପିତଳ ଛକରେ ଆଜି ଅପରାହ୍‌ଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, କୁକୁଡ଼ାଖଣ୍ଡିର ସଞ୍ଜୀବ ପାତ୍ର (୨୧)। ସେ ବାଇକ୍‌ରେ କୁକୁଡ଼ାଖଣ୍ଡି ଆସୁଥିବା ବେଳେ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସଞ୍ଜୀବ ଚକାତଳେ ପଡ଼ିଯିବା ପରେ ଗାଡ଼ିଟି ତାଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା। ଏହାସହ ତାଙ୍କ ଶରୀର ଦୁଇଖଣ୍ଡ ହୋଇଯାଇଥିଲା। ହିଞ୍ଜିଳିକାଟୁ ଥାନା ଏସ୍‌ଆଇ ସିଦ୍ଧାର୍ଥ ଜେନା ପହଞ୍ଚି ଶବକୁ ଜବତ କରିଥିଲେ। ହାଇୱାକୁ ଅଟକ ରଖାଯାଇଥିବା ବେଳେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe