ପୁତୁରାର ଏକୋଶିଆରେ ଯୋଗ ଦେବାକୁ ଯାଉଥିଲେ ଦାଦା, ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ଝରିଗାଁ: ପୁତୁରାର ଏକୋଶିଆରେ ଯୋଗ ଦେବାକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ଦାଦାଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମୀ ଜମଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ନକୁଳ ଗୌଡ଼ (୩୭)।

ସୂଚନା ପ୍ରକାରେ ଝରିଗାଁ ବ୍ଲକ ଇଛାପୁର ଗ୍ରାମର ନକୁଳ ଗୌଡ଼ ଆଜି ସକାଳୁ ବାଇକ ଯୋଗେ ନିଜ ଭାଇ ନରେନ୍ଦ୍ରଙ୍କ ପୁଅର ଏକୋଶିଆ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। ସେଠାରେ ଯୋଗ ଦେଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ସମୟରେ କୁସୁମୀ ଜମଗୁଡା ଗ୍ରାମ ନିକଟରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ପଡିଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣାକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିଲେ। ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତର ମୃତ‌ ଘୋଷଣା କରିଥିଲେ। ପରିବାର ଲୋକ ଝରିଗାଁ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ତଦନ୍ତ କରୁଛନ୍ତି। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe