ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି-ଝାରପୋଖରିଆ ୪୯ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ପୁଆଣି ଛକ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି-ଝାରପୋଖରିଆ ୪୯ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ପୁଆଣି ଛକ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

bangriposhi

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି-ଝାରପୋଖରିଆ ୪୯ ନମ୍ବର ଜାତୀୟ ରାଜପଥ ପୁଆଣି ଛକ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ରବୀନ୍ଦ୍ର ମୁଣ୍ଡା (୩୭)। 

ଝାରପୋଖରିଆ ଥାନା ଅନ୍ତର୍ଗତ ପୋଡ଼ାସିଆ ଗ୍ରାମର କ୍ଷେତ୍ର ମୋହନ ମୁଣ୍ଢାଙ୍କ ପୁଅ ରବୀନ୍ଦ୍ର ମୁଣ୍ଡା ନିଜର ସାଙ୍ଗ ଭଗବାନଙ୍କ ସହିତ କୌଣସି କାମରେ ବାହାରକୁ ଯାଇଥିଲେ। ସେମାନେ କାମ ସାରି ଘରକୁ ଫେରୁଥିବା ସମୟରେ ପୁଆଣି ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରୁ ଧକ୍କା ଦେଇଥିବା ଟ୍ରକ୍‌ ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ଭଗବାନ ଗୁରୁତର ଆହତ ହୋଇଛନ୍ତି।

୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହି ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଫଳରେ ନିରୀହ ଜନସାଧାରଣଙ୍କର ମୃତ୍ୟୁ ହେଉଛି। ଭାରୀ ଯାନଗୁଡ଼ିକର ଦ୍ରୁତଗତି ହେଉଛି ଦୁର୍ଘଟଣାର ମୁଖ୍ୟ କାରଣ। 

ଝାରପୋଖରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରିବା ପରେ ଶବକୁ ବ୍ୟବଛେଦ ପାଇଁ  ବାରିପଦା ପିଆରଏମ୍‌କୁ ପଠାଇଥିବା ଜଣାଯାଇଛି। ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe