ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଶ୍ରୀରାମପୁର ଛକ ନିକଟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ରାଜେଶ କୁମାର ପଦାନ (୨୫)।

accident in 2 place

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଶ୍ରୀରାମପୁର ଛକ ନିକଟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ରାଜେଶ କୁମାର ପଦାନ (୨୫)।

ସୂଚନା ଅନୁସାରେ ଆଜି ଅପରାହ୍ନରେ ପାଖାପାଖି ସାଢେ଼ ତିନିଟା ସମୟରେ ପାଳଲହଡା ଠାରୁ ପାଖାପାଖି ୭ କିମି ଦୂର ୧୪୯ ନମ୍ବର ଜାତୀୟ ରାଜପଥ ଶ୍ରୀରାମପୁର ଛକ ନିକଟରେ ବାଇକ୍‌ (ଓଡି ୩୫ ଇ ୮୦୮୨) ଆରୋହୀ ରାଜେଶ କୁମାର ପଦାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ (ଓଡି ୦ ଜେଡ୍‌ ୭୬୧୩)ର ଏହି ଧକ୍କାରେ ବାଇକ୍‌ଟି ପାଖାପାଖି ୪୦ଫୁଟ ଦୂରକୁ ଛିଟିକି ପଡ଼ିଥିଲା। ଟ୍ରକ୍‌ର ଆଗ ଚକତଳେ ଚାପିହୋଇ ରାଜେଶର ମୃତ୍ୟୁ ହୋଇଥିଲେ। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ବାଇକ୍‌ ଆରୋହୀ ରାଜେଶ କୁମାର ପଦାନଙ୍କୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ବାଇକ୍‌ଟି ପାଖାପାଖି ୪୦ଫୁଟ ଦୂରକୁ ଛିଟିକି ପଡ଼ିଥିଲା। ଟ୍ରକ୍‌ର ଆଗ ଚକତଳେ ଚାପିହୋଇ ରାଜେଶର ମୃତ୍ୟୁ ହୋଇଥିଲେ।  

ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉକ୍ତ ରାଜେଶଙ୍କ ପରିବାରକୁ କ୍ଷତିପୂରଣ ଓ ଡ୍ରାଇଭରକୁ ଗିରଫ ଦାବି କରାଯାଇଛି। ଜନସାଧାରଣ ଓ ରାଜେଶର ପରିବାର ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ତିନି ଘଣ୍ଟା ଧରି ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା ଘଟଣାସ୍ଥଳରେ ପାଳଲହଡା ପୁଲିସ ପହଁଞ୍ଚି, ଲୋକଙ୍କୁ ବୁଝାସୁଝା କରିବା ସହ ଶବକୁ ଜବତ କରି ପୋଷ୍ଟ ବଟମ ପାଇଁ ପଠାଇଛନ୍ତି ଏବଂ ଟ୍ରକ୍‌କୁ ମଧ୍ୟ ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe