ଦୁର୍ବୃତ୍ତର ଅତର୍କିତ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଦୁର୍ବୃତ୍ତର ଅତର୍କିତ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ମୋହନା: ଦୁର୍ବୃତ୍ତର ଅତର୍କିତ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଭକ୍ତବନ୍ଧୁ ନାୟକ। ଅଭିଯୁକ୍ତ ଯୁବକ ହେଲା ନିଳାଞ୍ଚଳ।

ସୂଚନା ଅନୁସାରେ ମୋହନା ମୁଖ୍ୟ ବଜାରରେ ଅନ୍ୟ ଦିନ ଭଳି ଭକ୍ତବନ୍ଧୁ ନାୟକ ନାମକ ଯୁବକ କାମ କରୁଥିବା ଦୋକାନ ବାହାରେ ଥିବା ସିଡି ରାସ୍ତାରେ ବସିଥିଲେ। ଏହି ସମୟରେ ଅଚାନକ ନିଲାଞ୍ଚଳ ନାମକ ଯୁବକ ଏକ କାଠ ଫାଳିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଭକ୍ତବନ୍ଧୁ ନାୟକ ସେଠାରେ ପଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ମୋହନା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ମୋହନା ପୁଲିସ୍ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଜେରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe