କଇଁଚିରେ ଆକ୍ରମଣ: ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ବଲାଙ୍ଗୀର ସ୍ଥାନାନ୍ତର

Advertisment

ଅଭିଯୁକ୍ତ ଫେରାର୍, ପୁଲିସର ଛାନ୍‌ଭିନ୍‌ ଜାରି

ଅଭିଯୁକ୍ତ ଫେରାର୍, ପୁଲିସର ଛାନ୍‌ଭିନ୍‌ ଜାରି

କଇଁଚିରେ ଆକ୍ରମଣ: ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ବଲାଙ୍ଗୀର ସ୍ଥାନାନ୍ତର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଧୀନ ଘସିଏନ ଗ୍ରାମରେ କୌଣସି କଥାକୁ ନେଇ ୩ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପଞ୍ଝି ମାଝୀଙ୍କ କଇଁଚିରେ ଆକ୍ରମଣ ବେଳେ ଜଣେ ଯୁବକଙ୍କ  ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ସ୍ଥାନ୍ତରିତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଘସିଏନ ଗ୍ରାମର ହରିଜନପଡାର ଅଜୁ ତାଣ୍ଡି(୧୮) ଓ ଉଜ୍ଜ୍ବଳ ତାଣ୍ଡି (୧୮) ଗ୍ରାମର ବସଷ୍ଟପକୁ ଆସୁଥିଲେ। ସେଠାରେ ଥିବା ଏକ ଟେଲର ଦୋକାନରେ ପୂର୍ବରୁ ପଞ୍ଝି ମାଝୀ ନାମକ ଯୁବକ ଛିଡା ହୋଇଥିଲା ତେବେ ସେଠାରେ କୌଣସି କାରଣରୁ ଅଜୁ, ଉଜ୍ଜ୍ବଳ ସହ ପଞ୍ଝିର ବଚସା ହୋଇଥିଲାା କେହି କିଛି ଭାବିବା ପୂର୍ବରୁ ପଞ୍ଝି ସଙ୍ଗେ ସଙ୍ଗେ ଟେଲର ଦୋକାନରେ ଥିବା କଇଁଚିକୁ ଧରି ଅଜୁର ଛାତିରେ ଓ ଉଜ୍ଜ୍ବଳର ମୁଣ୍ଡରେ ଆକ୍ରମଣ କରିଥିଲା। ଫଳରେ ଅଜୁ ତାଣ୍ଡି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଉଜ୍ଜ୍ବଳକୁ ବଲାଙ୍ଗୀର ନିଆ ଯାଉଥିବା ଜଣାପଡିଛି।

ଲରମ୍ଭା ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଥିବା ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜଣା ପଡୁ ନ ଥିବା ବେଳେ ଏହା ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe