ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ଅଭିଯୋଗ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲପୁର ପଞ୍ଚାୟତର ଗୋପବନ୍ଧୁପୁର ଗ୍ରାମର ଜଣେ ଯୁବକଙ୍କର ଅସ୍ବାଭାବିକ ଭାବରେ ମୃତ୍ୟୁ ଘଟିଛି। ପ୍ରବଳ ଗୁଳୁଗୁଳି ଓ ଅଂଶୁଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଦାବି ହୋଇଛି।

ପ୍ରକାଶଥାଉକି, ଗେଲପୁରର ଭାଗ୍ୟଧର ମଲ୍ଲିକ(୪୦) କୌଣସି କାମରେ ଘରୁ ବାହାରକୁ ଯାଉଥିଲେ। ଗେଲପୁର ଗ୍ରାମର ପଛ ପଟେ ଅନ୍ତିରାପଦା ଦେଇ ଗୋପବନ୍ଧୁପୁର ଗ୍ରାମକୁ ଖରାବେଳେ ଯିବା ସମୟରେ ତାଙ୍କର ସେଠାରେ ମୃତ୍ୟୁ  ହୋଇଛି। ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ପଡ଼ି ରହିଥିବାର ଦେଖି ତାଙ୍କ ପାଖକୁ ଯାଇଥିଲେ। ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କୁ ଭଦ୍ରକ ମେଡ଼ିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଦ୍ରକ ମେଡ଼ିକାଲରେ ଶବ ରଖା ଯାଇଛି। ଶବ ବ୍ୟବଚ୍ଛେଦ ପରେ ଭାଗ୍ୟଧରଙ୍କର୍ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ମେଡ଼ିକାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe