କର୍କଟ ରୋଗରେ ଯୁବକଙ୍କ ମୃତ୍ୟୁ

କର୍କଟ ରୋଗରେ ଯୁବକଙ୍କ ମୃତ୍ୟୁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ବହଲପଦର ଗ୍ରାମର ମୋହନ ସାହୁଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦେଢ଼ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ଦୁଇ ମାସ ହେଲା ଘରେ ଶଯ୍ୟାଶାୟୀ ଥିଲେ।

ସ୍ବର୍ଗତ ଟିକେଇ ସାହୁଙ୍କ ବଡ଼ପୁଅ ମୋହନ ସାହୁ ଜଣେ ପରୋପକାରୀ ଥିଲେ। ଏଥି ସହିତ ସେ ଜଣେ ମେଳାପି ବ୍ୟକ୍ତି ଥିଲେ। ଗାଁରେ ଆୟୋଜିତ ହେଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଃସ୍ବାର୍ଥପର ମନୋଭାବ ନେଇ ନିଜକୁ ସାମିଲ କରୁଥିଲେ। ସେହିପରି କୀର୍ତ୍ତନ, ବୈଠକ ଓ ଅନ୍ୟ ଧାର୍ମିକ କାର୍ଯ୍ୟରେ ନିଜକୁ ନିଯୋଜିତ କରୁଥିଲେ। ତାଙ୍କର ମୃତ୍ୟୁରେ ପରିବାର ଲୋକଙ୍କ ସମେତ ବହଲପଦର ତଥା ଆଖପାଖ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe