ରାୟଗଡ଼ାରେ କନଷ୍ଟେବଳ ରାଲିରେ ଅସୁସ୍ଥ ପରୀକ୍ଷାର୍ଥୀ ଏମ୍‌କେସିଜିରେ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବ୍ରହ୍ମପୁର: ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ କନେ‌ଷ୍ଟବଳ ନିଯୁକ୍ତି ରାଲି ବେଳେ ଚାଲିଥିବା ଶାରୀରିକ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ହଠାତ୍‌ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣକ ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଜଗଦଳପୁର ଗ୍ରାମର ହରିଶ୍ଚନ୍ଦ୍ର କୋଶଲିଆ(୨୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ଏ ନେଇ ବଡ଼ ଡାକ୍ତରଖାନା ଫାଣ୍ଡିରେ କେସ୍ ନମ୍ବର ୧୫୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ଗତକାଲି ଅପରାହ୍‌ଣରେ ରାୟଗଡ଼ା ରିଜର୍ଭ ପୁଲିସ ପଡ଼ିଆରେ କନେଷ୍ଟବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିଲା। ଦୌଡ଼ିବା ବେଳେ ହଠାତ୍‌ ହରିଶ୍ଚନ୍ଦ୍ର ତଳେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ଅପରାହ୍‌ଣରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ବଡ଼ ଡାକ୍ତରଖାନା ଫାଣ୍ଡି ପୁଲିସ ଶବ ଜବତ କରିଛି। ଆସନ୍ତାକାଲି ପରିବାରବର୍ଗ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ଗତକାଲି ଛତ୍ରପୁରରେ ଚାଲିଥିବା ଶାରୀରିକ ପରୀକ୍ଷାରେ ମଧ୍ୟ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe