ଆଈଙ୍କ ଶବ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ ନାତି, ଶବ ହୋଇଗଲେ ଯୁବକ

Advertisment
ଆଈଙ୍କ ଶବ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ ନାତି, ଶବ ହୋଇଗଲେ ଯୁବକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝରିଗାଁସ୍ଥିତ ତାଳିଆମ୍ବାସାହିର ଜଣେ ଯୁବକ ନିଜ ସମ୍ପର୍କୀୟ ଆଈଙ୍କ ଦେହାନ୍ତ ପରେ ଶବ ସତ୍କାର ପାଇଁ ଶ୍ମଶାନକୁ ଯାଇଥିବା ବେଳେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ରଇନୁ ନାୟକ (୪୫)।

ସୂଚନା ପ୍ରକାରେ ଝରିଗାଁ ଗ୍ରାମର ସୁଲୋଚନା ନାୟକଙ୍କ ଗୁରୁବାର ସନ୍ଧ୍ୟା ସମୟରେ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ନିଜ ଘରେ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଝରିଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ଗ୍ରାମବାସୀ ଓ ସମ୍ପର୍କୀୟମାନେ ଯାଇଥିଲେ। ଅନ୍ତିମ ସଂସ୍କାରରେ ତାଳିଆମ୍ବାସାହିର ରଇନୁ ନାୟକ ମଧ୍ୟ ଯୋଗ ଦେଇଥିଲେ। ସେ ହଠାତ ତଳେ ପଡିଯାଇ ଗୁରୁତର ହୋଇଯାଇଥିଲେ। ସେଠାରେ ଥିବା ଲୋକମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ତେବେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଇନୁଙ୍କୁ ପହଞ୍ଚା ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଶେଷରେ ମୃତ ରଇନୁଙ୍କ ସ୍ତ୍ରୀ ଚଞ୍ଚଳା ନାୟକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶେଷରେ ଝରିଗାଁ ଶ୍ମଶାନରେ ଶେଷକୃତ ସଂମ୍ପନ୍ନ ହୋଇଛି। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe