ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ; ପବନରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

Advertisment
ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ; ପବନରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ଗ୍ରାମଠାରେ ଆଜି ଅଦିନିଆ ପବନ ବର୍ଷାକୁ ବିଜୁଳି ଘଡଘଡି ହୋଇଛି। ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଗ୍ରାମର ପ୍ରଶାନ୍ତ ଭତରା ନିଜ ଘରକୁ ଯାଉଥିବା ସମୟରେ ବଜ୍ରାଘାତରେ ତଳେ ପଡିଯାଇଥିଲା। ଗ୍ରାମବାସୀ ଦେଖି ତୁରନ୍ତ ନିକଟ ନବରଙ୍ଗପୁର ମେଡିକାଲରେ ଭର୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିବା ସୂଚନା ମିଳିଛି।

ସେହିପରି ଏହି ବ୍ଲକ ଅନ୍ତର୍ଗତ କୁନ୍ଦ୍ରାଗୁଡା ଗ୍ରାମ ପ୍ରକାଶ ନାଗଙ୍କ ଘର ଛାତ ଅଦିନିଆ ବର୍ଷା ପବନରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ପ୍ରକାଶ ନାଗ ନିଜ ସ୍ତ୍ରୀ ଓ ତିନି ନିଜ ଛୁଆକୁ ଧରି ଘର ଭିତରେ ଥିବା ବେଳେ ଜୋର ବର୍ଷା ପବନ ହୋଇଥିଲା ଛାତ ଭାଙ୍ଗିଯିବ ବୋଲି ଅନ୍ଦାଜ କରି ଘର ବାହାରୁ ପଳାୟନ କରିଥିଲେ ଏବଂ ନିଜ ଜୀବନ ନିଜେ ରକ୍ଷା କରିଥିଲେ। କିନ୍ତୁ ଘର ଛାତ ଅଦିନିଆ ବର୍ଷା ପବନରେ ଛାତ ସମ୍ପୂର୍ଣ ଭାବେ ଭାଙ୍ଗି ଚୂରମାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe