ଛେଳି ପାଇଁ ଗଛରେ ଚଢ଼ି ଡାଳ କାଟୁ ଥିଲେ ଯୁବକ, ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ!

Advertisment
ଛେଳି ପାଇଁ ଗଛରେ ଚଢ଼ି ଡାଳ କାଟୁ ଥିଲେ ଯୁବକ, ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ!

ପାଇକମାଳ: ଛେଳି ପାଇଁ ଗଛରେ ଚଢ଼ି ଡାଳ କାଟୁଥିବା ବେଳେ ୩୩କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆଜି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଲଉଡମାଲ ଗ୍ରାମରେ ଆଜି ପୂର୍ବାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ଲକ୍ଷ୍ମଣ ଭୁଏ (୨୨)।

ସୂଚନା ଅନୁସାରେ ଆଜି ପୂବାହ୍ନ ସମୟରେ ଲକ୍ଷ୍ମଣ ଛେଳି ଖାଇବା ପାଇଁ ଡାଳ କଟିବାକୁ ଯାଇଥିଲେ। ସେ ଯେଉଁ ଗଛର ଡାଳ କାଟିବା ପାଇଁ ଚଢିଥିଲେ, ସେହି ଗଛ ଉପର ଦେଇ ହାଇ ପାୱାର ବିଦ୍ୟୁତ ଲାଇନ ଯାଇଛି। ଘଟଣା ସମୟରେ ସେଠାରେ କେହି ନଥିବା ଜଣାଯାଇଛି। ଏପଟେ ଗଛ ତଳେ ମୃତକର ସାଇକଲ ଥୁଆ ହେଇଥିବା ବେଳେ ତଳେ ଟାଙ୍ଗିଆ ମଧ୍ୟ ପଡି ରହିଛି। ଅନ୍ୟପଟେ ମୃତକର ଶରୀର କଲା ପଡିବାରେ ଲାଗିଛି। ତେଣୁ ସନ୍ଦେହ ହେଉଛି ଯେ ଗଛରେ ହଟାତ ବିଦ୍ୟୁତ ସରବରାହ ହୋଇ ଯିବାରୁ ଲକ୍ଷ୍ମଣର ମୃତ୍ୟୁ ହୋଇଥାଇ ପାରେ। ନିଲାମ୍ବର ଭୁଏଙ୍କ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ଲକ୍ଷ୍ମଣ। ତାଙ୍କର ଦୁଇ ଝିଅଙ୍କ ମଧ୍ୟରୁ ଜଣେ ବାହା ହୋଇସାରିଛନ୍ତି।

ଏହି ଘଟଣା ସଂପର୍କରେ ଖବର ପାଇ ପୁଲିସ ଓ ବିଦ୍ୟୁତ ବିଭାଗ ଘଟଣାସ୍ଥଳରେ ମୃତଦେହ ଜବତ କରିଛନ୍ତି। କ୍ଷତି ପୁରଣ ଦାବିରେ ଗ୍ରମବାସୀମାନେ ପାଇକମାଳ-ନୂଆପଡା ରାସ୍ତାର ଲଉଡମାଲଠାରେ ଅବରୋଧ କରି ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe