ବିଷଧର ସର୍ପ ଦଂଶନରେ ଯୁବକଙ୍କ ମୃତ୍ୟୁ

ବିଷଧର ସର୍ପ ଦଂଶନରେ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଆଜି ପୂର୍ବାହ୍‌ଣରେ ନିଜ ଜମିରେ କାମ କରୁଥିବା ସମୟରେ ଏକ ବିଷଧର ସର୍ପ ଦଂଶନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଉମୁରାହାଣ୍ଡି ଗ୍ରାମର ଦେବସିଂ ଭତରା (୩୧)। ଏନେଇ ଦେବସିଂ ଭତରାଙ୍କ ସାନ ଭାଇ ଗୋପାଳ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଆଜି ସକାଳ ୮ ଘଣ୍ଟ ସମୟରେ ଉମୁରାହାଣ୍ଡି ଗ୍ରାମର ଦେବସିଂ ଭତରା ଗ୍ରାମ ପାଖରେ ଥିବା ନିଜ ଚାଷ ଜମିରେ କୋଦାଳରେ ହିଡ ସମତୁଲ କରିବାକୁ ଯାଇଥିଲେ। ଦିନ ୯ଟାରେ ହଠାତ୍ ଏକ ବିଷଧର ସର୍ପ ଦେବସିଂଙ୍କ ଡାହାଣ ଗୋଡ ପାଦ ନିକଟରେ ଦଂଶନ କରିଥିଲା। ଦେବସିଂ ବିଷଧର ସର୍ପ ଦଂଶନ ପରେ ତୁରନ୍ତ ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ସର୍ପ ଦଂଶନ କରିଥିବା କହିଥିଲା। ପରିବାର ଲୋକେ ତୁରନ୍ତ ଦେବସିଂଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦେବସିଂଙ୍କ ଅବସ୍ଥା ଗୁରୁତର ପରେ ପରିବାର ଲୋକେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦେବସିଂ ଭତରାଙ୍କ ଦିନ ୨ ଘଣ୍ଟ ସମୟରେ ମୃତ୍ୟୁ ଘଟିଥିଲା। ଏନେଇ ମୃତ ଦେବସିଂ ଭତରାଙ୍କ ସାନ ଭାଇ ଗୋପାଳ ଭତରା ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ଦେବସିଂ ଭତରାଙ୍କ ଗୋଟିଏ ୭ ବର୍ଷର ପୁଅ ସହ ତିନି ମାସର କନ୍ୟା ସନ୍ତାନ ରହିଥିବା ବେଳେ ସ୍ତ୍ରୀ ବେସାହାରା ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe