ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ!

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ନୂଆପଡ଼ା : ନୂଆପଡ଼ାରେ ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ନୂଆପଡ଼ା ସଦର ଥାନା ଗୋଡ଼ଫୁଲା ପଞ୍ଚାୟତ ଜୁନାନୀ ଗାଁର ବାଜେବନ ବିଭାର (୪୨ ବର୍ଷ)।

ବାଜେବନ ବୁଧବାର ଅପରାହ୍ନ ୨ଟାରେ ଗାଁ ପାଖ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଗୁରୁବାର ସକାଳେ ସ୍ଥାନୀୟ ଲୋକ ଜଙ୍ଗଲକୁ ଯିବା ସମୟରେ ଜୁନାନୀ ଗାଁର ଡ. ଅନିଲ ନାୟକଙ୍କ ଜମିରେ ଥିବା ନଳକୂପ ପାଖରେ ବାଜେବନଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଅଂଶୁଘାତ ଯୋଗୁଁ ବାଜେବନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ସଦର ଥାନାରେ ଅଭିଯୋଗ କରିଛନ୍ତି।

ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ତେବେ ବାଜେବନଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe