ଟ୍ରକ ଧକ୍କାରେ ଯୁବକର ମୃତ୍ୟୁ

Advertisment
ଟ୍ରକ ଧକ୍କାରେ ଯୁବକର ମୃତ୍ୟୁ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖାରୁମୁଣ୍ଡା ଗ୍ରାମ ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ ଝୁମ୍ଫୁରା ଗ୍ରାମର ସନ୍ତୋଷ ପାତ୍ର(୩୮)।

ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ କୌଣସି କାର୍ଯ୍ୟରେ ଝାରସୁଗୁଡା ଯାଇଥିଲେ। ତେବେ ଆଜି ସେ ଓ ତାଙ୍କର ଝିଆରୀ ଝାରସୁଗୁଡାରୁ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଖାରୁମୁଣ୍ଡା ପେଟ୍ରୋଲ ପମ୍ଫ ନିକଟରେ ବସ ଅଟକିଥିବା ବେଳେ ସନ୍ତୋଷ ବସରୁ ଓଲ୍ହାଇ ବାହାରକୁ ଯାଇଥିଲେ। ସେ ବସ ନିକଟକୁ ଫେରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ ମୃତ ଦେହକୁ ଜବତ କରିଛି। ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ମଧ୍ୟ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe