ଏମିତି ଆସେ ମୃତ୍ୟୁ: ବାଇକ୍‌ରେ ଯାଉଥିବା ବେଳେ ଟଳିପଡ଼ିଲେ ଯୁବକ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଆନନ୍ଦପୁର/ହାଟଡ଼ିହି : ହାଟଡିହି ବ୍ଲକ ଢ଼େଙ୍କା ଗ୍ରାମର ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ବାଇକରେ ଆସୁଥିବା ବେଳେ ରାସ୍ତାରେ ସେ ଟଳି ପଡ଼ିଥିଲେ। ସେ ହେଉଛନ୍ତି ଢ଼େଙ୍କା ଗ୍ରାମର ସ୍ୱର୍ଗତ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ପୁଅ ସୌମ୍ୟ ରଞ୍ଜନ ପଟ୍ଟନାୟକ(୩୨)।

ସେ ଢ଼େଙ୍କା ବଜାରରେ ଏକ ଡ୍ରେସ ଦୋକାନ ଦେଇଥିଲେ । ଗୁରୁବାର ଦିନ ସେ ତାଙ୍କ ମାଉସୀ ଘର ଜଅଁରାକୁ ଯାଇ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଅକସ୍ମାତ କୌଣସି କାରଣରୁ ବାଇକରୁ ଟଳି ପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଦମକଳ ଯୋଗେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ବାଇକରେ ଯାଉଥିବାବେଳେ ହୃଦଘାତରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଆନନ୍ଦପୁର ପୁଲିସ୍ ଏକ ମାମଲା ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି। ତେବେ ସୌମ୍ୟରଞ୍ଜନଙ୍କ କେଉଁ ପରିସ୍ଥିତିରେ ଏଭଳି ମୃତ୍ୟୁ ଘଟିଲା ସଠିକ୍ ଜଣାପଡିନାହିଁ। ଗତବର୍ଷ ତାଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe