କାମାକ୍ଷାନଗରରୁ ଘରକୁ ଫେରୁଥିଲେ ଯୁବକ: ରାମିଆଳ ସେତୁ ଉପରେ ଜଗିଥିଲା ଯମ

Advertisment
କାମାକ୍ଷାନଗରରୁ ଘରକୁ ଫେରୁଥିଲେ ଯୁବକ: ରାମିଆଳ ସେତୁ ଉପରେ ଜଗିଥିଲା ଯମ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ମହୁଲପାଳ ରାମିଆଳ ସେତୁ ଉପରୁ ତଳକୁ ଏକ ବାଇକ୍  ଖସିପଡ଼ିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଲୁଅଝରଣ ଗ୍ରାମର ଦିପୁ ପ୍ରଧାନ।

ସୂଚନା ଅନୁଯାୟୀ, ଦିପୁ ସକାଳେ ଏକ ବାଇକ ଯୋଗେ ତାଙ୍କ ମାମୁ ବିଶିକେତନ ପଧାନଙ୍କୁ କାମାକ୍ଷାନଗରରେ ଛାଡ଼ିବାକୁ ଆସି ଘରକୁ ଫେରୁଥିବା ବେଳେ ରାମିଆଳ ସେତୁ ଉପରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପେୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe