ମାତ୍ରାଧିକ ଡ୍ରଗ୍ସ ଏବଂ ମଦ୍ୟ ସେବନ ଯୋଗୁ ପୁତୁରାର ମୃତ୍ୟୁ: ସାଙ୍ଗକୁ ଦାୟୀ କଲେ ପିଉସୀ

ମାତ୍ରାଧିକ ଡ୍ରଗ୍ସ ଏବଂ ମଦ୍ୟ ସେବନ ଯୋଗୁ ପୁତୁରାର ମୃତ୍ୟୁ: ସାଙ୍ଗକୁ ଦାୟୀ କଲେ ପିଉସୀ

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପାଲଟପୁର ଗ୍ରାମର ଗିରିଶ ନାୟକଙ୍କ ପୁଅ ଶ୍ରବଣ କୁମାର ନାୟକ (୨୪)ଙ୍କର ଅକାଳ ବିୟୋଗ ହୋଇଯାଇଛି। ଅଭିଯୋଗ ଅନୁସାରେ ଅତ୍ୟଧିକ ନିଶା ତଥା ଡ୍ରଗ୍ସ ସେବନ ଏବଂ ମଦ୍ୟ ସେବନ ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ଆଲୋକର ସାଙ୍ଗ ମଙ୍ଗଳପୁର ବଜାର ବଜରାପାଟ ଗ୍ରାମର ଅଚିର୍ସ ଧଳ (ଜୁଲୁ) ଗତକାଲି ଆଲୋକକୁ ଘରୁ ଡ଼ାକିନେଇ ଯାଇଥିଲା। ଦିନ ତମାମ ଜୁଲୁ ଏବଂ ଆଲୋକ ସାଙ୍ଗରେ ବିଭିନ୍ନ ଜାଗାରେ ବୁଲୁଥିବା ଦେଖିବାକୁ ମିଳିଥିଲେ।

ବିଳମ୍ବିତ ରାତିରେ ଆଲୋକ ଘରକୁ ଫେରିଥିଲେ। ଆଜି ସକାଳ ସାଢ଼େ ୫ଟା ବେଳକୁ ଡାକିଲା ବେଳକୁ ଆଲୋକ ଶୁଣିନଥିଲେ। ଏଣୁ ଆଲୋକଙ୍କୁ ପଡ଼ୋଶୀଙ୍କ ସହାୟତାରେ ମଙ୍ଗଳପୁର ମେଡିକାଲକୁ ଅଣାଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟ ହୋଇଯାଇଥିଲା। ଏଣୁ ପିଉସୀ ଗୀତାଞ୍ଜଳି ସାହୁ ତାଙ୍କ ପୁତୁରା ମୃତ୍ୟ ପାଇଁ ଜୁଲୁ ଦାୟୀ ବୋଲି ଲିଖିତ ଅଭିଯୋଗ ଥାନାରେ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe