ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ ଖମ୍ବକୁ ପିଟିଲା ବାଇକ୍‌; ୧ ମୃତ, ୨ ଗୁରୁତର

ଯାଜପୁର: କୁଆଖିଆ ଥାନା ଅଧୀନସ୍ଥ ଜାତୀୟ ରାଜପଥ-୨୦ର ବଡ଼ ଗୋବନ୍ଦପୁର ନିକଟରେ ଆଜି ସକାଳେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବଡ଼ ଗୋବନ୍ଦପୁର ନିକଟରେ ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଛି। ହେଲେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକ ହେଲେ ଅରୁଣ କୁମର ବିଶ୍ୱାଳ (୪୫) । ଯାଜପୁର ସଦର ଥାନା ଅଧୀନ ଛତିଶ ଦେବିଲ ପଞ୍ଚାୟତ ରିଷିପୁର ବିଲସାହିର ବାପା - ସ୍ୱର୍ଗତ ନବଘନ ବିଶ୍ୱାଳଙ୍କ ପୁଅ ଅରୁଣ କୁମର ବିଶ୍ୱାଳ ବୋଲି ଜଣାପଡ଼ିଛି। ପ୍ରାତଃରୁ ଘରୁ ଟାଙ୍ଗୀସ୍ଥିତ ପଶୁପତି (ଗୋ ଖାଦ୍ୟ )ରେ କାମ କରିବାକୁ ଏକ ସ୍କୁଟି ଯୋଗେ ଯାଉଥିଲେ। ଘଟଣାସ୍ଥଳରୁ ଆହତ ଅବସ୍ଥାରେ କୁଆଖିଆ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତରେ ଏକ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଏନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଖବର ପାଇ ମୃତକଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe