ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ଟ୍ରକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ଟ୍ରକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସୋମଣା ପଞ୍ଚାୟତ ବିଶ୍ୱାଳପଡା ଖଇରାତ ଗ୍ରାମର ପ୍ରଦୀପ ପ୍ରଧାନ ( ୩୩ )ଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ବାଲିପାଟଣା ଓ ବଳଙ୍ଗା ଥାନା ସୀମାରେ ଏହି ଦୁର୍ଘଟଣା ଘଟିଛି। ବଳଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

publive-image
ସୂଚନା ଅନୁସାରେ, ପ୍ରଦୀପ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ଆଜି ସକାଳୁ ସେ ଘରୁ କର୍ମ କ୍ଷେତ୍ରକୁ ବାହାରି ଯାଇଥିଲେ। ହରିପୁର ଅଭିମୁଖେ ସାଇକେଲରେ ଯାଉଥିବା ବେଳେ ଚିତ୍ତଲପୁର ଜୈନାବାଦ ନିକଟରେ ପଛ ପଟୁ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ ପଛରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପିପିଲି ଓ ପରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ଅନ୍ୟପକ୍ଷରେ ବାଲିପାଟଣା ପୁଲିସ ସକାଳୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା। ଥାନା ସୀମା ବଳଙ୍ଗା ଥାନା ଅଞ୍ଚଳ ବୋଲି ଫେରି ଆସିଥିଲା। ଏହାରି ସୁଯୋଗରେ ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇଦେଇଛନ୍ତି। ବାଲିପାଟଣା ପୁଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe