ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ଜଣେ ଗୁରୁତର, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ଜଣେ ଗୁରୁତର, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ

ଦଶପଲ୍ଲା: ଆଜି ଭୋର୍ ସମୟରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ତଥା ଦଶପଲ୍ଲା ଥାନା ଡମାହାଣ୍ଡି ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଖମାର ସାହି ଏବଂ  ବାଘୁଆ ବେରେଣୀ ଗ୍ରାମର ଦୁଇ ସାଙ୍ଗ ଦଶପଲ୍ଲା ଏକ ବିବାହ ଭୋଜି ଖାଇ ସାରି ଭୋର ସମୟରେ ଘରକୁ ବାଇକରେ ଫେରିବା ସମୟରେ ଦୁର୍ଘଟଣା ହୋଇଛି।

ପୁଲିସ ପ୍ରାଥମିକ ତଦନ୍ତରୁ ସେମାନେ ରାସ୍ତାପାର୍ଶ୍ବ ଗଛରେ ପିଟି ହୋଇଥିବା ଜଣା ପଡ଼ିଥିବା କହିଥିବା ବେଳେ ପରିବାର ଲୋକ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ନେଇ ଅଭିଯୋଗ କରିଥିବା ପୁଲିସ୍ କହିଛି। ମୃତ ଯୁବକ ପ୍ରଫୁଲ୍ଲ ପ୍ରଧାନ ଏବଂ ଅନ୍ୟଜଣେ  ଗୁରୁତର ଜଣଙ୍କ ରଞ୍ଜିତ ବେହେରା ବୋଲି ଜଣା ପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଗୁରୁତରଙ୍କୁ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe